National Constitution Day celebrated at Larmbha College: ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସମ୍ବିଧାନ ଦିବସ

ବରଗଡ /ଅତାବିରା :ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସମ୍ବିଧାନ ଦିବସ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ଯରେ ପାଳିତ ହୋଇଯାଇଅଛି । ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଶପଥ ପାଠ କରାଇଥିଲା। ଏଥିରେ ଲରମ୍ଭା ମହାବିଦ୍ୟାଳୟର ସେବାନିବୃତ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ ରତନ କୁମାର ଶର୍ମା ,ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଶ୍ରୀ ଅଶୋକ କୁମାର ମହାନ୍ତି, ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡଃ ଦିଗମ୍ବର ଚାନ୍ଦ, ରାଜନୀତି ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପିକା ଦିବ୍ୟାଭାରତୀ ନାଏକ, ମୁଖ୍ୟ କିରାଣୀ ଶ୍ରୀ ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ରହି ଭାରତୀୟ ସମ୍ବିଧାନର ସୃଷ୍ଟି, ଲକ୍ଷ୍ୟ ଓ ସ୍ଥିତି ଉପରେ ଆଲୋକପାତ କରିଥିଲେ। ସମ୍ବିଧାନ ଦିବସ ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗର ଅଧ୍ୟାପକ ସୁନୀଳ କୁମାର ପ୍ରଧାନ ଓ ଦିଲିପ କୁମାର ସାହୁ ସହଯୋଗ କରିଥିବା ବେଳେ ସମୀର କୁମ୍ଭାର ଧନ୍ୟବାଦ ଅପର୍ଣ କରିଥିଲେ । ଏହି ଅବସରରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top