Satsangh-Dibya Darshan Sangha: ଗୁମୁଡ଼ାରେ ଦିବ୍ୟ ଦର୍ଶନ ସଂଘର ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା : ରାୟଗଡା ଜ଼ିଲ୍ଲା ରାମନାଗୁଡା ବ୍ଲକ୍ ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ “ଦିବ୍ୟ ଦର୍ଶନ ସଂଘ” ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଗୁରୁଭାଇ ଶ୍ରୀ ସୀମାଞ୍ଚଳ ରାଓ ଏବଂ ଗୁରୁ ଭାଇ ଶ୍ରୀ ନରେନ୍ଦ୍ର ସାହୁଙ୍କ ପ୍ରଚେଷ୍ଟା କ୍ରମେ ସତ୍ ସଙ୍ଗର ଆୟୋଜନ କରାଯାଇଥିଲା। ଉକ୍ତ ସତ୍ ସଙ୍ଗରେ ବ୍ୟାସ ପୀଠରେ ଅଳଙ୍କୃତ ହୋଇଥିବା ବରିଷ୍ଟ ଗୁରୁ ଭାଇ ତଥା ଉପ ଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା,କେନ୍ଦ୍ରୀୟ କମିଟିର ବରିଷ୍ଟ ସଦସ୍ୟ ଶ୍ରୀ ବାସିନୀ ଭୂଜଙ୍ଗ ରାଓ, ବରିଷ୍ଟ ଗୁରୁଭାଇ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବାସିନୀ ରାମା ରାଓ ଯୋଗଦାନ କରି ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ଅମୃତ ଦିବ୍ୟ ବାଣୀ ଜନ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ହେ ମାନବ ଆଉ କେତେ ଦିନ ନିଜର ପ୍ରକୃତ ସ୍ୱରୁପକୁ ଭୁଲି ରଙ୍ଗ ମଞ୍ଚର ଏହି କୃତ୍ରିମ ବେଶକୁ ନିଜର ସ୍ୱରୂପ ଓ ତାହାକୁ ଆବାସ ସ୍ଥଳ ଭାବି ଲୋଭ,ମୋହ,ମାନ,ଅଭିମାନ,ଅଗ୍ନିରେ ଜଳିପୋଡ଼ି ଅସହ୍ୟ ଯନ୍ତ୍ରଣା ଭୋଗ କରିବ ଉଠ – ଅନ୍ତରସ୍ଥ ଜ୍ଞାନାଗ୍ନିକୁ ପ୍ରଜ୍ଜ୍ବଳିତ କର। ଯିବାକୁ ପ୍ରସ୍ତୁତ ହୁଅ, ତୁମର ସେହି ଶାନ୍ତି ମୟ,ଅମର ଦିବ୍ୟ ଧାମକୁ ଏବଂ ଫେରି ପାଅ ସେହି ନିତ୍ୟ,ସତ୍ୟ ଓ ପବିତ୍ର ସ୍ଵରୁପକୁ। ତେବେ ଯାଇ ସମସ୍ତ ଦୁଃଖ ଓଭୟରୁ ମୁକ୍ତ ହେବ । ମନେ ରଖ ତୁମେ ଅମର ଓ ମୁକ୍ତ ପୁରୁଷ ଯେ କୌଣସି ଧର୍ମାଵଲମ୍ବୀ ବା ମତ ବାଦୀ ହୁଅନା କାହିଁକି, ଆତ୍ମ ଜ୍ଞାନ ବିନା ମୁକ୍ତି ଅସମ୍ଭବ।ତୁମେ ଦିବ୍ୟ, ଦିବ୍ୟ ତୁମର କାମ୍ୟ,ଦିବ୍ୟ ତୁମର ଆଧାର,ଦିବ୍ୟ ତୁମର ଜୀବନ ଏବଂ ଦିବ୍ୟ ହିଁ ତୁମର ସ୍ୱରୂପ। ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ଜ୍ଞାନର ଅଧିକାରୀ ନ ହୋଇଛି ସେ ପର୍ଯ୍ୟନ୍ତ ମୁକ୍ତି ଅସମ୍ଭବ। ତେଣୁ ସଦ୍ ଗୁରୁଙ୍କର ଠାରେ ଦୀକ୍ଷା ଗ୍ରହଣ କରି ଆତ୍ମ ଜ୍ଞାନ ଶିକ୍ଷା କରି ସମସ୍ତ ଦୁଃଖ ଓ ଭୟରୁ ମୁକ୍ତ ହୁଅ ଏହାହିଁ ଦିବ୍ୟ ଦର୍ଶନ ସଂଘର କାମନା ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଉକ୍ତ ସତସଙ୍ଗରେ ହରି ହର ସ୍ବାଇଁ,ଶ୍ରିନୁଭାଇ, ଏସ ନାଗମଣି ସଙ୍ଗୀତ ଗାନ କରି ଥିଲାବେଳେ ପି ଗୋପାଳ ରାଓ, ଦ୍ଵିତି କୃଷ୍ଣ ସେନା ପତି, ଏମନା ମୂର୍ତ୍ତୀ, ଜଗନ୍ନାଥ ଦାସ, ସଂଜୟପଣ୍ଡା, ସୀମାଞ୍ଚଳ ଗୌଡ଼ ସମେତ ଶତାଧିକ ଭକ୍ତ ବୃନ୍ଦ ଯୋଗଦାନ କରି ଆତ୍ମଜ୍ଞାନ ଶିକ୍ଷା କରିବା ପାଇଁ ଉପସ୍ଥିତ ହୋଇଥିଲେ। ଗୁରୁ ଭାଇ ଶ୍ରୀ ଆରୋକା ଗୋପାଳ ଜ୍ଞାନ ମନ୍ଦିର ନିର୍ମାଣ ପାଇଁ ସ୍ଥାନ ପ୍ରଦାନ କରିଥିଲେ।ଗୁରୁଭାଇ ଓ ଭଉଣୀ ମାନଙ୍କ ପ୍ରଚେଷ୍ଟା କ୍ରମେ ଜ୍ଞାନ ମନ୍ଦିର ନିର୍ମାଣ କରି ବରିଷ୍ଟ ଗୁରୁ ଭାଇ ଶ୍ରୀ ବାସିନୀ ଭୂଜଙ୍ଗ ରାଓଙ୍କ ତତ୍ତ୍ଵାବଧାନରେ କେନ୍ଦ୍ରୀୟକମିଟିର ବରିଷ୍ଟ ସଦସ୍ୟ ମାନଙ୍କ ଦ୍ଵାରା ଚଳିତ ମାସ ୧୨ ତାରିଖରେ ଜ୍ଞାନ ମନ୍ଦିର ଶୁଭ ଉଦ୍ ଘାଟନ ହୋଇଥିଲା

Leave a Comment

Your email address will not be published. Required fields are marked *

Scroll to Top