Pradhan Mantri Awas-Kalahandi :କାହାସ୍ୱାର୍ଥରେ ପ୍ରକୃତ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନାହିଁ

କଳାହାଣ୍ଡି/ଥୁଆମୂଳ ରାମପୁର (ମକୁନ୍ଦ ନାଏକ) : ଅଧିକାଂଶ ଗରିବ ଲୋକ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ସେମାନେ ଆଜି ମଧ୍ୟ ପଲିଥିନ ଛାତ ତଳେ ସାହାରା ନେଉଛନ୍ତି | ଏହା ସହିତ କିଛି ଗରିବ ଲୋକ ଝାଟି ମାଟି କୁଡ଼ିଆରେ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ଦୃଶ୍ୟ ବାରମ୍ବାର ସମ୍ମାନକୁ ଆସୁଅଛି । ତେବେ ସରକାର ଏହି ଭଳି ପରିବାର ମାନଙ୍କ ପ୍ରତି ଅଣଦେଖା କଲା ଭଳି ମନେହୁଏ । ହଁ ଆଜ୍ଞା ଆମ୍ଭେ କହୁଛୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅଡ୍ରି ପଞ୍ଚାୟତ ଅଧିନରେ ଥିବା ଢୋଲଫାସ ଗ୍ରାମରେ ଏହି ପରିବାର ରହିଛି । ଏହି ପରିବାରରେ ପାଞ୍ଚ ଜଣ ସଦସ୍ୟ ଥିବା ବେଳେ ଘରର ମୁଖ୍ୟ ଦିନ ମଜୁରୀ ଭାବରେ ଖଟି କୁଟୁମ୍ବ ପ୍ରତିପୋଷଣ କରି ଆସୁଛନ୍ତି | ସେ କାମ କଲେ ତା କୁଟୁମ୍ବ କୁ ଖାଇବାକୁ ମିଳେ ନ ହେଲେ ନାହିଁ, ଏଭଳି ସେମାନଙ୍କ ଜୀବନ ଅତିବାହିତ ହେଉଥିବା ବେଳେ ଘର ଖଣ୍ତେ ନାହିଁ | ଘର ଖଣ୍ଡେ ପାଇବା ଆଶାରେ ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଲିଖିତ ଜଣାଇ ଆସୁଛନ୍ତି ହେଲେ ଏଥିରେ କିଛି ସୁଫଳ ମିଳିପାରୁ ନାହିଁ l ଏହି ପରିବାର ରେ ଅଶୋକ ନାଏକ(35) , ମାତା ପଦ୍ମା ଦେଇ (80) , ସ୍ତ୍ରୀ ଦେବନ୍ତି ନାଏକ(33), ପୁଅ ଜଗନ୍ନାଥ ନାଏକ(7) ,ଝିଅ ନମିତା ନାଏକ (4) | ଏମାନେ ପଲିଥିନ ଢାଙ୍କି ହୋଇଥିବା ଝାଡିମାଟି କୁଡିଆରେ ବସବାସ କରିଆସୁଛନ୍ତି l ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

Leave a Comment

Your email address will not be published. Required fields are marked *

Scroll to Top