Police Raid in JuaAdda-Nuapada: ଜୁଆଆଡ୍ଡାରେ ପୋଲିସର ଚଢ଼ାଉ: ୮୦ ଜୁଆଡି ସମେତ ୨୦ ଲକ୍ଷ ଟଙ୍କା ଓ ୨୫ ଗୋଟି ଦାମୀ କାର ଜବତ

ନୂଆପଡ଼ା-ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଠେଲକେବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆନ୍ତଃରାଜ୍ୟ ଜୁଆଆଡ୍ଡା ଚାଲିଥିଲା I କୋରାପୁଟ ତିଆଇଜି ଅଫିସ୍‌ର ପୁଲିସ ଛତିଶଗଡ଼ ସିଆରପିଏଫ ଯବାନ ସହାୟତରେ କୁଆଆଡ୍ଡା ଉପରେ ଚଢାଉ କରି କୋଡିଏ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହା ସହ ପ୍ରାୟ ୮୦ଜଣ ଜୁଆଡ଼ିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ନିକଟ ଜଙ୍ଗଲରେ ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲ୍ଲାର ଜୁଆଡ଼ିମାନେ ଜୁଆ ଖେଳୁଥିଲେ I ଏନେଇ ଅଞ୍ଚଳବାସୀ କୁଆଡେ଼ ଜିଲ୍ଲା ପୁଲିସକୁ ଅନେକଥର ଅଭିଯୋଗ କରିଥିଲେ I

କିନ୍ତୁ ପୁଲିସ ଜୁଆଆଡ୍ଡାରେ ଚଢ଼ର କରିନଥିଲା । ଶେଷରେ ନୂଆପଡ଼ା ପୋଲିସ ଉପରେ ଅଞ୍ଚଳବାସୀଙ୍କ ଭରସା ଉଠିଯାଇଥିଲା । ଏଣୁ ଅଞ୍ଚଳବାସୀ ରାଜ୍ୟ ପୁଲିସ ଅଧିକରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଜ୍ୟ ପୁଲିସ ଗୁଇନ୍ଦା ଲଗାଇ ଅଧିକ ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ କରିଥିଲା । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରି ଆନ୍ତଃ ରାଜ୍ୟ ଜୁଆଆଡ୍ଡା ଉପରେ ଚଢ଼ର କରି ଜୁଆଡ଼ିଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତ କରିଥିଲା ।

ଏହି ଚଢ଼ାଉରେ ନୂଆପଡ଼ା ପୋଲିସ ଓ ସିଆରଏଫ ଯବାନଙ୍କ ମଧ୍ୟ ନିୟୋଜିତ କରିବାକୁ ଇଛପ୍ରକାଶ କରିଥିଲା । ସନ୍ଧ୍ୟାରେ କୋରାପୁଟ ଡିଆଇଜି ଅଫିସ ପୁଲିସ ଟିମର ନେତୃତ୍ୱରେ ଛତିଶଗଡ଼ ରାଜ୍ୟ ସିଆରପିଏଫ ଯବାନଙ୍କ ସହାୟତାରେ ଚଢ଼ାଉ କରିଥିଲେ । ପ୍ରଥମେ ସିଆରପିଏଫ ଜବାନ ମାନେ ଜଙ୍ଗଳ ଚାରିପଟୁ ଘେରବନ୍ଦୀ କରି ଜୁଆଡ଼ିଙ୍କୁ ଏକ ଘରେ କାବୁ କରିଥିଲେ । ପରେ କୋରାପୁଟ ପୋଲିସ ପହଞ୍ଚି ପ୍ରାୟ ୮୦ ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ସେଠାରୁ ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ସହ ୨୫ ରୁ ଅଧୁକ ଦାମୀ କାର ଓ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା I

ଏନେଇ କେରାପୁଟ ପୋଲିସ ପରେ ନୂଆପଡ଼ା ପୁଲିସକୁ ଖବର ଦେଇଥିଲା । ରାତିରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଜୁଆଡ଼ି ମାନଙ୍କୁ ଜୋଙ୍କ ଥାନାକୁ ନେଇ ଅଧିକ ପଚରଉଚୁରା ଚାଲିଥିବା ସୂଚନା ମିଳିଛି। ଜୁଆଡି ମାନେ ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟ ମହାସମୁଦ ଏବଂ ରାୟପୁର ଅଂଚଳର ବୋଲି ସୂଚନା ମିଳିଛି। ଟଙ୍କା ଗଣିବା ପରେ ସଠିକ ତଥ୍ୟ ମିଳିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Comment

Your email address will not be published. Required fields are marked *

Scroll to Top