Kharif Season- Farmer Awareness Rath : ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

ମୟୂରଭଞ୍ଜ : ସରକାର ଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନ ର ନିଷ୍ପଭି କ୍ରମେ ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରୁ ୨୦୨୪ -୨୫ ବର୍ଷ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି I ଏଥ୍ ନିମନ୍ତେ ଆଜି ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଏକ କୃଷକ ସଚେତନତା ରଥ କୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଭା. ପ୍ର. ସେ. ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭକ୍ତ ରଥ କୁ ଶୁଭାରମ୍ଭ କରି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ କି ଭକ୍ତ ରଥ ର ପରିକ୍ରମା ର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ପଞ୍ଜିକୃତ ଚା ଚାଷୀ ମଣ୍ଡି କୁ ତା’ଙ୍କର ଧାନ ବିକ୍ରୟ କରିବା ପାଇଁ ଆସିବା ପୂର୍ବରୁ ଏହା ଜାଣିବା ନିତ୍ୟାନ୍ତ ଜରୁରୀ କି ବିକ୍ରି ପାଇଁ ଉଦ୍ଦିଷ୍ଟ ଧାନ ର ଗୁଣାତ୍ମକ ମାନ କିପରି ହେବା । ଉଚିତ ଏବଂ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ତାଙ୍କୁ କ’ଣ କ’ଣ ନୀତି ନିୟମ ଅନୁସରଣ କରିବା ପାଇଁ ପଡିବ ସେ ସମ୍ବନ୍ଧ ରେ ଚାଷୀ ଙ୍କୁ ଅବଗତ କରାଇବା । ଉକ୍ତ ରଥ ରଥ ମାସବ୍ୟାପି ଉପଖଣ୍ଡ ର ୭ଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ କୁ ପରିକ୍ରମା ରେ ଯାଇ ଖରିଫ ଋତୁରେ ଧାନ ବିକ୍ରୟ ସମ୍ଭନ୍ଧ ରେ ସମସ୍ତ ଚାଷୀ ଭାଇ ଇ ଭଉଣୀ ମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ ଯଦ୍ବାରା ପଞ୍ଜିକୃତ ଚାଷୀ ମାନେ ନ ସେମାନଙ୍କ ର ଧାନ ବିକ୍ରି ପାଳ ପାଇଁ ମଣ୍ଡି କୁ ଆସି ସି କୌଣସି ସମସ୍ୟା ର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନ କୁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଦ୍ବାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ/ମଣ୍ଡି ମାଧ୍ଯମ ରେ ଗୁଣାତ୍ମକ ମାନ (FAQ)ର ଧାନକୁ ସରକାର ଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମ ରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରୟ କରି ଧାନର ସହାୟକ ମୂଲ୍ୟ ନିଜ ନିଜ ବ୍ୟାଙ୍କ ଖାତା ଜରିଆରେ ପାଇ ପାରିବେ I ପ୍ରକାଶ । ଥାଉକି ସରକାର ଙ୍କ ତରଫରୁ ଚଳିତ ବର୍ଷ Fair Average Quality(FAQ) ଗୁଣାତ୍ମକ ମା ମାନ ସାଧାରଣ । ବ ବର୍ଗ ଧାନର ଧ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ଟ.୨୩୦୦/-ଙ୍କା ଧାର୍ଯ୍ୟ କରାଯାଇଛି ଏବଂ ତତ ସହିତ ରାଜ୍ୟ ସରକାର ଙ୍କ ତରଫରୁ କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦/- ଟଙ୍କା ର ଇନପୁଟ ସହାୟକ ରାଶିକୁ ମିଶାଇ ମୋଟ ୩୧୦୦/- ଟଙ୍କା ଚାଷୀଙ୍କୁ ଦିଆଯିବ। ଆଜିର ର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ଏସିଏସଓ ଶ୍ରୀ ସାରଙ୍ଗଧର ବେହେରା,ଏଅ ଆରସିଏସ ଲକ୍ଷ୍ମୀଧର ରାଉତ, ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ର ମ୍ପାଦକ ମନୋରଞ୍ଜନ ବେହେରା, କୋଷାଧ୍ୟକ୍ଷ ଦିନେଶ କୁମାର ବେହେରା ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ |

credit: Masiha

Leave a Comment

Your email address will not be published. Required fields are marked *

Scroll to Top