Bijepur Block Level : ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ : ୧୪୨ ଗୋଟି ପ୍ରକଳ୍ପ ପ୍ରଦର୍ଶିତ

ବିଜେପୁର (ଜଗନ୍ନାଥ କୁମ୍ଭାର) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପଞ୍ଚାୟତ ହାଇସ୍କୁଲ ଯୋଖିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ବିଜେପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ ଓ ପୂର୍ଣ୍ଣଚନ୍ଦ୍ର ପଧାନ, ସ୍ଥାନୀୟ ଏସ୍.ଏମ୍.ସି ଚେୟାରପର୍ସନ୍ ଡ.ଗୋପାଳ ଚନ୍ଦ୍ର ମହାପାତ୍ର (ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ପ୍ରାଣୀ ଚିକିତ୍ସା ବିଭାଗ) ଓ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ । ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ୧୪୨ ଗୋଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା । ବିଜେପୁର ମହାବିଦ୍ୟାଳୟର ଅଧ୍ୟାପିକା ପ୍ରତିଭା ରଥ ଓ ସାନ୍ତନୁ କୁମାର ସାହୁ, ସିମେଣ୍ଟ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିକାଶ ବଘେଲ, ବରପାଲିରୁ ମନୋଜ କୁମାର ବଢେଇ ଓ ଜମଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ ଖମାରୀ ପ୍ରମୁଖ ବିଚାରକ ଭାବେ ଦାୟୀତ୍ବ ତୁଳାଇଥିବା ବେଳେ ସଞ୍ଜୀବ କୁମାର ଡନସନା ( ଟୁହିଲାମାଲ ହାଇସ୍କୁଲ), ଶୁଭେନ୍ଦୁ ଭୂଷଣ ମେହେର (ଓଏଭି ଏମ୍.ଗଣ୍ଡପାଲି), ସରୋଜ ସାହୁ (ଭାଲୁବାହାଲ ୟୁପିଏସ୍), ପ୍ରିୟାଂଶୀ ଦାଶ (ରେଙ୍ଗାଲିପାଲି ୟୁପିଏସ୍), ରଶ୍ମୀରଞ୍ଜନ ସାହୁ (ଜାରିଂ ହାଇସ୍କୁଲ), ସୁଷମା ସାଲମା (ବୁଡାପାଲି ହାଇସ୍କୁଲ), ଏବଂ ଶିଶିର ସାହୁ (ଏମ୍.ଶ୍ରୀଗିଡା ହାଇସ୍କୁଲ) ପ୍ରମୁଖ ବାଳ ବୈଜ୍ଞାନିକମାନେ ଉତ୍ତିର୍ଣ୍ଣ ହୋଇଥିଲେ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଭୁଏ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦିବାକର ବରିହା ଓ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ଦାଶ, ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଞ୍ଚମ ଡନସନା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ଉପସ୍ଥିତ ଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ସଭା ପରିଚାଳନା କରିଥିଲେ ଓ ଶିକ୍ଷକ ସୁନନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସି.ଆର୍.ସି.ସି ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top