Rayagada Chaiti : ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି

ରାୟଗଡ : “ଡ଼ିସେମ୍ବର ୨୬ତlରଖରୁ ୩୦ତାରିଖରେ ଅନୁଷ୍ଠିତ ହେବ” “ପଦ୍ମପୁର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହେବ l ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟିକ ଆଡିଟରିୟମ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ଅପ୍ପଳ ସ୍ୱାମୀ କଦ୍ରାକ, ମାନ୍ୟବର ଗୁଣୁପୁର ବିଧାୟକ, ସତ୍ୟଜିତ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସହାତ, ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l ଜିଲ୍ଲାସ୍ତରୀୟ ଚଇତି ଆସନ୍ତା ଡିସେମ୍ବର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ତାରିଖରୁ ୩୦ତାରିଖ ଯାଏଁ ସ୍ଥାନୀୟ ଗୋବିନ୍ଦ ଚଦ୍ର ଉଚ୍ଚ ବିଦ୍ୟାଳୟରେ ୫ଦିନ ଧରି ଅନୁଷ୍ଠିତ ହେବ l ଏହା ପୂର୍ବରୁ ସ୍ଥାନୀୟ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡ ଅକ୍ଷର ବ୍ରହ୍ମ ମନ୍ଦିରରୁ ମନ୍ଦିର କର୍ତୃପକ୍ଷଙ୍କ ସମତିରେ ଆୟୋଜନ କରାଯିବ l ଏହାପରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବ୍ଲକସ୍ତରୀୟ ଚଇତି ଅନୁଷ୍ଠିତ ହେବ l ଚଇତିର ଉପଦେଷ୍ଠା ମଣ୍ଡଳୀ ବୈଠକର ନିଷ୍ପତି ପ୍ରକାରେ ବିଭିନ୍ନ ଉପସମିତି ମାନ ଗଠନ କରାଯାଇଛି l ପ୍ରତ୍ୟେକ ଉପାସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ପୃଥକ ପୃଥକ ଭାବରେ ବୈଠକ ଡାକି ନିଷ୍ପତି ନେବେ ଓ ବଜେଟ ପ୍ରସ୍ତୁତ କରିବେ l ଏହି ବୈଠକରେ ଆୟୋଜନ କମିଟିର ସଦସ୍ୟ ସଦସ୍ୟା,ବୁଦ୍ଧିଜୀବି ସଂସ୍କୃତି ସମ୍ପନ୍ନ ବ୍ୟକ୍ତି, କଳାକାର, ଜିଲ୍ଲାସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତନିଧି ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave a Comment

Your email address will not be published. Required fields are marked *

Scroll to Top