ବଲାଙ୍ଗିର/ତୁରେକେଲା : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ଆଜି ବୁଧବାର ଦିନ ବ୍ଳକ ଶିକ୍ଷା ଅଧିକାରୀଙ୍କ ଆୟୋଜନରେ ତ୍ରିଦିବସୀୟ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ପ୍ରଭୁ ଗଣେଶଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ତାଲିମ ଶିବିରର ଶୁଭାରମ୍ଭ କରିଥିଲେ।ତୁରେକେଲା ବ୍ଳକର ପ୍ରାଥମିକ ବିଦ୍ୟାଳୟର ସତାବନ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ସାଧନ କର୍ମୀ ବିରଞ୍ଚି ନାରାୟଣ ଦାଶ, ଗଜୟ କୁମାର ଦାଶ, ଅମରେନ୍ଦ୍ର ବାଗ,ଅନୁପ କୁମାର ଦାସ ତିନି ଦିନ ଧରି ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ତାଲିମ ଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ, ମମତା ପଣ୍ଡା, ଡାଳିମ୍ବ ମେହେର, କୁନି ସାହୁ,ସୁଭଦ୍ରା ମେହେର, ଚନ୍ଦ୍ରାବତି ଦେଇ, ଶିକ୍ଷକ ଅମର କାନ୍ତ ବେହେରା,ସୁରୁମଣି ମେହେର, ଗଜିନ୍ଦ୍ର ହରିଜନ,ଦେବ ବଗର୍ତ୍ତୀ, ମଣି ମାଝୀ, ଲଲିତ ମୋହନ ବାରିକ,ପ୍ରଶାନ୍ତ ବେହେରା, କୃଷ୍ଣଚନ୍ଦ୍ର ରଣା ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ।ବଲାଙ୍ଗିର/




