Gaisilet- Farmer Organization : ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ କୃଷକ ସଂଗଠନ ର ବୈଠକ

ପଦ୍ମପୁର/ଗାଇସିଲେଟ : ଆଜି ସକାଳ ୧୦:୩୦ ଘଟିକା ସମୟରେ ରାଜ ବୋଡା ସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକ ଓ ଗାଇସିଲେଟ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ସହ ଗାଇସିଲେଟ ବ୍ଲକ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ  ତହସିଲଦାର ଟିଟସ ମହାନନ୍ଦିଆ ଙ୍କ ନେତୃତ୍ୱରେ ଏକ ବୈଠକ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଉପସ୍ଥିତ ଥିବା ବିଭାଗର ଧାନ କିଣା, ମଣ୍ଡି ସମସ୍ୟା, ଧାନ କାର୍ଡ ସମସ୍ୟା, ରାସନ କାର୍ଡ ର ସମସ୍ୟା, ଦାଦନ ସମସ୍ୟା, ପାନୀୟ ଜଳ  ସମସ୍ୟା, ଜଳ ବିଭାଗ ର ସମସ୍ୟା, ସ୍ୱଚ୍ଛ ଭାରତ ମିଶନ ଓ ଅଂଚଳର ଅନେକ ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା ଓ ସମସ୍ତ ସମସ୍ୟା ର ତୁରନ୍ତ ସମାଧାନ କରିବାକୁ ଓ ଗାଇସିଲେଟ ବ୍ଲକ ରେ ଦୁର୍ନୀତି ଭ୍ରଷ୍ଟାଚାର କୁ ରୋକିବା ପାଇଁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା l ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମସ୍ୟା କୁ ବୁଝି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଯେହେତୁ ଚାଷୀ ମାନକର ମୁଖ୍ୟ ସମସ୍ୟା କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ଜଙ୍ଗଲ ବିଭାଗ ସହ ଜଡିତ ଏହି ବିଭାଗୀୟ  ଅଧିକାରୀ ମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଙ୍ଗଠନ କୁ ଅଣଦେଖା ଓ ଅସମ୍ମାନ କରି ଅନୁପସ୍ଥିତ ଥିବାରୁ  ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା l ଏହି ବୈଠକରେ ସଂଯୁକ୍ତ କୃଷକ ସଂଗଠନ ବରଗଡ ଜିଲ୍ଲା ଓ ରାଜ ବୋଡା ସମ୍ବର କୃଷକ ସଂଗଠନ ର ଉପଦେଷ୍ଟା, ଚାଷୀନେତା ରମେଶ ମହାପାତ୍ର, ବ୍ଲକ କୃଷକ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା, ଉପ ସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ଆବାହକ ଆନନ୍ଦ ପଧାନ, ଦଳଗଞ୍ଜନ ବରିହା, ପ୍ରସନ୍ନ କୁମ୍ଭାର, ସଦାନନ୍ଦ ସାହୁ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ l ଶେଷରେ ତହସିଲଦାର  ଟିଟସ ମହାନନ୍ଦଆ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

Leave a Comment

Your email address will not be published. Required fields are marked *

Scroll to Top