ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସମବାୟ ସମିତି ଏବଂ ଫ୍ୟାକ୍ସ ହେଲେ ପୁରସ୍କୃତ
ବରଗଡ,ତା-୧୮.୧୧.୨୦୨୪
ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଆନୁକୁଲ୍ଯରେ ଗତ ତା.୧୪.୧୧.୨୦୨୪ରିଖ ରୁ ତା.୨୦.୧୧.୨୦୨୪ରିଖ ପର୍ଯ୍ୟନ୍ତ ୭୧ତମ ସର୍ବ ଭାରତୀୟ ସମବାୟ ସପ୍ତାହ -୨୦୨୪ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ଆୟୋଜିତ ହୋଇଛି । ସମବାୟ ସମିତି ଉପନିବନ୍ଧକ ଶ୍ରୀ ଜୁଗଲ କିଶୋର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ ଗଡ଼ତିଆଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଏସଡିସିସି ବ୍ୟାଙ୍କ ସଭାପତି ଶ୍ରୀ ନରେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ଏଆରସିଏସ ବରଗଡ଼, ପଦ୍ମପୁରଙ୍କ ସମେତ ବରଗଡ଼ ଜିଲ୍ଲାର ସମବାୟ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ “ସମବାୟ ସମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତର ଗଠନ”(ଓଡିଆ ଭାଷାରେ) ବିଷୟ ଉପରେ କନିଷ୍ଠ ସ୍ତର ଏବଂ ବରିଷ୍ଠ ସ୍ତର ପାଇଁ ଆୟୋଜିତ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ସ୍ତରରେ ଜ୍ଞାନନନ୍ଦ ପ୍ରଧାନ ପ୍ରଥମ, ସ୍ପନ୍ଦନ ଶାଶ୍ଵତ ପ୍ରଧାନ ଦ୍ଵିତୀୟ, ଆର୍ଯ୍ୟାଂଶୁ ପରିଡ଼ା ତୃତୀୟ, ବରିଷ୍ଠ ସ୍ତରରେ ସ୍ମିତା ଗୌଡ ପ୍ରଥମ, ଆଲୋକ ସୁନା ଦ୍ଵିତୀୟ, ଅଙ୍କିତାରାଣୀ ଛୁରିଆ ତୃତୀୟ ଏବଂ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ସ୍ତରରେ ସାରିକା ବାରିକ ପ୍ରଥମ, ଗୌରବ ପାଣିଗ୍ରାହୀ ଦ୍ଵିତୀୟ, ରାସେଶ୍ଵରୀ ହୋତା ତୃତୀୟ, ବରିଷ୍ଠ ସ୍ତରରେ ଆରାଧନା ପ୍ରଧାନ ପ୍ରଥମ, ଅବିନାଶ ନାଗ ଦ୍ଵିତୀୟ, ସାଦିଆ ଖାତୁନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଏତଦବ୍ୟତୀତ ବରଗଡ ଜିଲ୍ଲା ଅଧୀନରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ନିମ୍ନଲିଖିତ ସମବାୟ ସମିତି ଏବଂ ଫ୍ୟାକ୍ସ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସର୍ବୋତ୍ତମ ଫ୍ୟାକ୍ସ ଭାବେ ବରଗଡ଼ ଉପଖଣ୍ଡର ଲହଣ୍ଡା, ନାରାୟଣ ଏବଂ ପଦ୍ମପୁର ଉପଖଣ୍ଡର ମେଲଛାମୁଣ୍ଡା , ଲାଉମୁଣ୍ଡା ଫ୍ୟାକ୍ସ ପୁରସ୍କୃତ ହୋଇଥିବା ବେଳେ ସର୍ବୋତ୍ତମ ସିସିବି ଶାଖା ଭାବେ ଭଟଲି ଶାଖା ଏସଡିସିସି ବ୍ୟାଙ୍କ, ଶ୍ରେଷ୍ଠ ପ୍ରଦର୍ଶନକାରୀ ବୁଣାକାର ସମବାୟ ସମିତି ଭାବେ ଅତାବିରା ବୁଣାକାର ସମବାୟ ସମିତି ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ ଦୁଗ୍ଧ ସମବାୟ ସମିତି ଭାବେ ବୀର ହନୁମାନ ସମବାୟ ସମିତି, ପ୍ରକାଶପୁରଙ୍କୁ ପୁରସ୍କୃତ କରଯାଇଥିଲା ।



