୭୯ ତମ ସ୍ବାଧିନତା ଦିବସ ପାଳନ କଲା ଅମୃତଧାରା ନସିଂ ହୋମ

୭୯ ତମ ସ୍ବାଧିନତା ଦିବସ ପାଳନ କଲା ଅମୃତଧାରା ନସିଂ ହୋମ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଅମୃତଧାରା ନର୍ସିଂ ହୋମ ରେ ୭୯ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ନସିଂ ହୋମ ର ଚେୟାରମେନ ଯଶୋବନ୍ତ ମେହେରଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତି ଗଡତିଆ, ସମ୍ମାନୀତ ଅତିଥି ଭାବେ ଜଣାଶୁଣା ସମାଜସେବୀ ଯୋଗିନ୍ଦ୍ର ପଧାନ ଉପସ୍ଥିତ ରହି ସକାଳ ୮ ଟା ସମୟରେ ନସିଂ ହୋମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ପ୍ରଦାନ ପରେ ନସିଂ ହୋମର ଇନଚାର୍ଜ ସର୍ଜରୀ ସ୍ପେସାଲିଷ୍ଟ ଡା.ରୋଜାଲିନୀ ମେହେରଙ୍କ ସମେତ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ଏହାପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିବା ୧୧ ଟା ସମୟରେ ନସିଂ ହୋମ ଠାରେ ସତ୍ୟନାରାୟଣ ପୂଜା ଆୟୋଜିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top