

ଗଠିତ ହେଲା ନୂଆଁ ପରିଚାଳନା କମିଟି
ବିଜେପୁର :-ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ମହୋତ୍ସବ କମିଟୀ ପଡ଼ା ତରଫରୁ ଆସନ୍ତା ମହାଲକ୍ଷ୍ମୀ ପୂଜା ମହୋତ୍ସବ ୨୦୨୫ ପାଇଁ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅସ୍ଥାୟୀ ସଭାପତି ଧର୍ମରାଜ ମେହେର ଙ୍କ ସଭାପତିତ୍ବରେ ଲକ୍ଷ୍ମୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ପାଳନ ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତ ବର୍ଷ ପାଇଁ ସଭାପତି ଭାବେ ଉମେଶ ମେହେର, ଉପ-ସଭାପତି ଗୋପବନ୍ଧୁ ମେହେର, ସମ୍ପାଦକ ବିସିକେଶନ ମେହେର, ସହ-ସମ୍ପାଦକ ଆନନ୍ଦ ବାରିକ, କୋଷାଧକ୍ଷ ଶାନ୍ତନୁ କୁମାର ମିଶ୍ର ଓ ସହ-କୋଷାଧକ୍ଷ ଭାବେ ଅନନ୍ତ ପଧାନ ମନୋନୀତ ହୋଇଛନ୍ତି । ମହାଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଛି । ଚଳିତ ବର୍ଷ ମହାଲକ୍ଷ୍ମୀ ପୂଜାରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସାଗର ମନ୍ଥନ, ଲୋକ ମହୋତ୍ସବ, ଲକ୍ଷ୍ମୀ ଲୀଳା ଓ ବିଭିନ୍ନ କାର୍ଯ୍ୟକ୍ରମକୁ କେମିତି ଶାନ୍ତି ଶୃଙ୍ଖଳା ସହିତ ଭବ୍ୟ ହୋଇପାରିବ ସେ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ମୋହନ ସିଂ କହ୍ନେଇ, ହେମନ୍ତ ମେହେର, ନେତ୍ରାନନ୍ଦ ମେହେର, ବାଳକୃଷ୍ଣ ପଧାନ, ସୁମନ୍ତ ପଧାନ, ପ୍ରଫୁଲ୍ଲ ବଢ଼େଇ, ବୀରକିଶୋର ମେହର, ସନ୍ତୋଷ ମେହେର, ଦେବାଶିଷ ଦାଶ, ସାଗର ବେହେରା, ତେଜରାଜ ମେହେର, ସୁଶାନ୍ତ ମେହେର, ଅଙ୍କିତ ପଧାନ, ନୀଳାମ୍ବର ମେହେର, ବିଜୟ ମେହେର, ମିତ୍ରଭାନୁ ମେହେର, ବବୁଲ ପଧାନ, ସୁଶୀଲ ପଧାନ, ବିକ୍ରମ ପଧାନ, ବିଜୟ ପଧାନ, ପ୍ରଦୀପ ମେହେର, ଆନନ୍ଦ ମେହେର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟ ଅଙ୍କିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


