ଦ୍ୱିତୀୟ ଆମ୍ବେଦକରବାଦୀ ମିଳନମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର/ବରଗଡ- ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜ୍ଞାନ ଗ୍ରାମରେ ଚଳିତ ବର୍ଷ ଦ୍ୱିତୀୟ ଆମ୍ବେଦକରବାଦୀ ମିଳନ ମିଶନ ୨୦୨୫ କାର୍ଯ୍ୟକ୍ରମ ଆମ୍ବେଦକର ଲଭର୍ସ, ଜ୍ଞାନ ତରଫରୁ ଧୁମଧାମରେ ପାଳନ ହୋଇଯାଇଛି । ଗାଁ ମୁଣ୍ଡ ରୁ ଅତିଥିଗଣଙ୍କୁ ସ୍ବାଗତ କରି ବାଜା ବଜାଇ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।


ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜଳନ ମାଲ୍ୟାର୍ପଣ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଭାପତି ଚନ୍ଦ୍ରକାନ୍ତ ମହାନନ୍ଦଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଏସ୍.ଟି ଏସ୍.ସି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ସଭାପତି ଧିମାନ ଭୋଜରାଜ ବାଗ, ସମ୍ମାନୀତ ଅତିଥି ଭାବେ ସମତା ଅନ୍ବେଷା ମହିଳା ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁସନ ମହାନନ୍ଦ, ବରଗଡ ଜିଲ୍ଲା ସଖୀ ସେଣ୍ଟର୍ କେସ ଓ୍ବାର୍କର କୁମାରୀ ସ୍ୱର୍ଣକାନ୍ତି ସିଂ, ବିଶିଷ୍ଟ ନାଟ୍ୟକାର ତଥା ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାନନ୍ଦ । ସମାଜ ସେବୀ ଜଗଦିଶ ବୌଦ୍ଧ, ଆଇନ୍ ଛାତ୍ର ସୁଜନ ବାଗ, ସମାଜ ସେବି ରାଜୁ ଘିବେଲା, ଯୁବ ସଂଗଠକ ସୁରେନ୍ଦ୍ର କୁମାର ତାଣ୍ଡି, ହାସ୍ୟ କବି ରଞ୍ଜନ ସାଗର, କବି ଇନ୍ଦ୍ରମଣି କୁମ୍ଭାର ଯୋଗ ଦେଇଥିଲେ ।


ସମାଜିକ ବିକାଶ ତଥା ନାରୀମାନଙ୍କ ପ୍ରତି ଅମ୍ବେଦକରଙ୍କ ଅବଦାନ ସମ୍ପର୍କରେ ଶ୍ରୀଯୁକ୍ତ ବାଗ ଏବଂ ଶ୍ରୀମତୀ ମହାନନ୍ଦ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ l ହାସ୍ୟ କଳାକାର ମିଷ୍ଟର ନିଳୁ କମେଡି ଓ ରୁପେଶ ଜୋ ଜୋ ନିଜର କଳା ମାଧ୍ୟମରେ ଲୋକଙ୍କୁ ହସାଇଥିଲେ । ସଂଧ୍ୟାରେ ଏମ.ଆଶିଷ ଓ ମଧୁସ୍ମିତା ଛତର ଅର୍କେଷ୍ଟ୍ରାର ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ତଥା ଯୁବ ସମାଜ ସେବୀ ରାଜେଶ ପାଇକ, ମିଥୁନ ସୁନା, ସାମନ୍ତ ମହାନନ୍ଦ, ପ୍ରଦୀପ ମହାନନ୍ଦ, ଦିଲୀପ ମହାନନ୍ଦ, ଦେବାନନ୍ଦ କୁମ୍ଭାର, ସରୋଜ ମହାନନ୍ଦ, ସୁଦାମ କଲେତ, ଆକାଶ ମହାନନ୍ଦ, ମୁକେଶ ମହାନନ୍ଦ, ଦିନେଶ ମହାନନ୍ଦ, ଭକ୍ତ ମହାନନ୍ଦ, ସିଦ୍ଧାନ୍ତ ବାଗ, ରାକେଶ ବାଗ, ସୁମନ୍ତ ମହାନନ୍ଦ, ଉସନ୍ତ ମହାନନ୍ଦ, ଦୀପକ ମହାନନ୍ଦ, ଅଙ୍କିତ ମହାନନ୍ଦ କାଳିଆ ବାଗ, ଲକ୍ଷ୍ମଣ ବାଗ, ରୋହିତ ବାଗ, ମାଲିଆ ବାଗ ରଞ୍ଜିତ ବାଗ, ଦୁକାଲୁ ମହାନନ୍ଦ, ଅନନ୍ତ ମହାନନ୍ଦ, ଚଞ୍ଚଳ ମହାନନ୍ଦ, ସନ୍ତୋଷ ମହାନନ୍ଦ, ଅଜିତ ମହାନନ୍ଦ ଓ ରାଘବ ବାଗ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସାମିଲ ଥିଲେ ଭୂମିକା । ଶେଷରେ ଅନୁଷ୍ଠାନ ର ସମ୍ପାଦକ ପ୍ରଭାତ ରାଜହଂସ ଧନ୍ୟବାଦ ଜ୍ଞାପନ କରିଥିଲେ l





