+2 ପରୀକ୍ଷାରେ ରେଡିଏନ୍ସ କଲେଜର ପୁଣି ଚମତ୍କାର ସଫଳତା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଏଡଭାନସ୍ ଷ୍ଟଡିଜ ର ଛାତ୍ରଛାତ୍ରୀମାନେ ପୁଣି ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଛାତ୍ରୀ ପ୍ରତୀକ୍ଷା ପଧାନ ଦଶମ ଶ୍ରେଣୀରେ ୪୦୩ ମାର୍କ ତଥା ୬୭.୧୭% ନମ୍ବର ରଖିଥିବା ବେଳେ ଯୁକ୍ତ ଦୁଇରେ ସର୍ବାଧିକ ୫୨୭ ମାର୍କ ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଛାତ୍ରୀ ମନିଷା ନାୟକ ଦଶମ ଶ୍ରେଣୀରେ ୩୧୧ ମାର୍କ ରଖିଥିବା ବେଳେ ଯୁକ୍ତ ଦୁଇରେ ୪୭୫ ମାର୍କ ରଖି ୨୭.୩୩% ତଥା ସର୍ବାଧିକ ୧୬୪ ମାର୍କ ଅକ୍ତିଆର କରି କଲେଜରେ ଚମତ୍କାର ସୃଷ୍ଟି କରିଛନ୍ତି । ସେହିପରି ସ୍ମୃତିରେଖ ସରାପ ଉତ୍ତମ ନମ୍ବର ରଖିଛନ୍ତି । ୧୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୩ ଜଣ ଛାତ୍ରଛାତ୍ରୀ ଦଶମ ମାର୍କ ଠାରୁ ଯୁକ୍ତ ଦୁଇରେ ଅଧିକ ମାର୍କ ଅକ୍ତିଆର କରିଛନ୍ତି ବୋଲି ଅନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର କହିଛନ୍ତି । ସେ ଉତ୍ତମ ଫଳାଫଳ ଶ୍ରେୟ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ତଥା ଏକାଡେମିକ ଡାଇରେକ୍ଟର ଗୋବିନ୍ଦ ମେହେର ଓ ଆଡମିନିଷ୍ଟେଟିଭ ଡାଇରେକ୍ଟର ନେତ୍ରମଣୀ ମେହେରଙ୍କୁ ଦେଇଛନ୍ତି , ଚେୟାରମେନ ଶ୍ରୀ ମେହେର ଅଧ୍ୟକ୍ଷଙ୍କ ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏକାଡେମିକ ଡାଇରେକ୍ଟର ମିଷ୍ଠାନ ବଣ୍ଟନ କରିଥିଲେ । ୨୦୧୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଯୁକ୍ତଦୁଇ କଳା ବିଭାଗରେ କ୍ରମାଗତ ଭାବରେ ଛାତ୍ରଛାତ୍ରୀ ମାନେ ଚମତ୍କାର ସଫଳତା ହାସଲ କରିଆସୁଛନ୍ତି ବୋଲି ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର କହିଥିବା ବେଳେ ଏହି ସଫଳତା ଆଗକୁ ବଲବତ୍ତର ରହିବ ବୋଲି ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ବାରିକ ଦୃଢ଼ତାର ସହିତ ମତବ୍ୟକ୍ତ କରିଛନ୍ତି ।



