16th Akshyaya Memorial Football Tournament : ୧୬ତମ ଅକ୍ଷୟ ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖରମୁଣ୍ଡା : ବେଲପାହାଡ ବିଜୟୀ

ବିଜେପୁର/ବରଗଡ଼ : ବରଗଡ଼ ଜିଲ୍ଲା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଯୁବ କ୍ରୀଡା ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ୧୬ତମ ଅକ୍ଷୟ ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪-୨୫ ଡା.ସୁଦାମ ସାହୁଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସଂଘ ସଭାପତି ପିଇଟି ସଚ୍ଚିଦାନନ୍ଦ ପଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଲଲିତ କୁମାଳ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଫର୍ମାସିଷ୍ଟ ଅନୀଲ କୁମାର ପଧାନ, ଯୋଗେଶ ରଣା, କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ବିଶ୍ବମୟ ପୂଜାରୀ, ରକ୍ଷକ ଖବର କାଗଜ ସମ୍ପାଦକ ତୁଳସୀରାମ ପୂଜାରୀ, ତ୍ରିଲୋଚନ ବରିହା, ରାଧେଶ୍ୟାମ ବରିହା, ପଞ୍ଚାନନ ପଧାନ, ଅଚ୍ୟୁତା ଦାଶ, ବିଜୟ ତ୍ରିପାଠୀ, ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର (ସନରାଇଜ୍ କ୍ଲବ), ବରଗଡ଼ (ୟୁନାଇଟେଡ୍ ଜୁନିୟର), ସିକିର୍ଡି(ଏଥେଲେଟିକ୍ ଏସୋସିଏସନ), ବଲାଙ୍ଗୀର (ସ୍ପୋର୍ଟ୍ସ୍ ହଷ୍ଟେଲ), ପଦ୍ମପୁର (ବୋଡାସମ୍ବର ସ୍ପୋର୍ଟିଙ୍ଗ), ସିମନ୍ ଷ୍ଟାର), କାଇଁଶିର (ଏଥେଲେେଟିକ୍ ଏସୋସିଏସନ), ବେଲପାହାଡ (ଏଫ୍.ସି) ପ୍ରମୁଖ ଆଠଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ବେଲପାହାଡ ଓ ବରଗଡ ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିବା ବେଳେ ବେଲପାହାଡ ଦଳ ବିଜୟୀ ଦଳ ଓ ବରଗଡ ଦଳ ରନର୍ ଦଳ ଭାବେ ଘୋଷିତ ହୋଇଥିଲେ । ଗୌରାଙ୍ଗ ପାଣ୍ଡେ, ତରଣୀ ଲୁହା, ଅଜୟ ପଧାନ, ଶ୍ରୀନିବାସ ରାଓ, ଅନୀଳ ପଧାନ, ଜିତୁ ପଧାନ ପ୍ରମୁଖ ଖେଳ ପରିଚାଳନା ଦାୟୀତ୍ବ ତୁଳାଇଥିଲେ ।

16th Akshyaya Memorial Football Tournament || Bijapur ||Padampur|| Barbara ||

Leave a Comment

Your email address will not be published. Required fields are marked *

Scroll to Top