ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର, ତା. ୧୯/୧୧ ରିଖ: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନ୍‌ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ବରସୁ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପିସିସି ପକ୍ଷରୁ କଂଗ୍ରେସ ଭବନ ପରିସରରେ ଥୂବା ଇନ୍ଦିରାଜୀ ପ୍ରତିମୁର୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ପରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ ଥୂବା ଶ୍ରୀମତୀ ଇନ୍ଦିରାଜୀଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଶିବାନନ୍ଦ ରାୟ, ଲଲାଟେନ୍ଦୁ ମହାପାତ୍ର, ପୃଥବୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଅମିୟ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଶଗରିଆ, ତରୁଣ ମିଶ୍ର, ଲିଙ୍ଗରାଜ ସାହୁ, ନଜିବୁର ରହେମାନ ଖାଁ, ଦେବେନ୍ଦ୍ର ମହାନ୍ତି, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ମୋଟରାଜ ଡୁଙ୍ଗ ଡୁଙ୍ଗ, ମାସୁଦ ଅଲ୍ଲୀ, ଭାସ୍କର ସେଠୀ, ସୁଧାଂଶୁ ମହାନ୍ତି, ଖଗେଶ୍ବର ମଲ୍ଲିକ, ସୁବାଷ ପ୍ରଧାନ, ତାପସ ସେଠୀ, କୁଳମଣି ସାହୁ, ଅଜୟ ସାମଲ, ଅକ୍ଷୟ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top